ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ ଗଭୀର ଅବପାତର ରୂପ ନେବା ପରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ତେବେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ବର୍ଷାର ବିସ୍ତୃତି କମିଥିବାବେଳେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ାରେ ସର୍ବାଧିକ ୧୩୩.୮ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ପଛକୁ ମାଲକାନଗିରିରେ ୧୦୨.୬ ମିମି, ଟିଟିଲାଗଡ଼ରେ ୫୯.୪ ମିମି, କୋରାପୁଟରେ ୫୮.୮ ମିମି, ବଲାଙ୍ଗୀରରେ ୪୩.୫ ମିିମି ଓ ହୀରାକୁଦରେ ୩୯.୮ ମିମି ବର୍ଷା ହୋଇଥିବାବେଳେ ସମଗ୍ର ରାଜ୍ୟରେ ଭାରି ବର୍ଷା ରେକର୍ଡ ହୋଇଛି।ତେବେ ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟର କେତେକ ଜିଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବୁଧବାର ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୁରଭଞ୍ଜ ଓ କେନ୍ଦୁଝରକୁ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ରହିଛି।
Trending
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ
- ଆଜି ପଞ୍ଚୁକର ଦ୍ବିତୀୟ ଦିନ , ପୁରୀ ଶ୍ରୀ ମନ୍ଦିରରେ ଅସମ୍ଭାଳ ଭିଡ଼
- ପରଲୋକରେ ‘ରୁଚି ମସଲା’ର ପ୍ରତିଷ୍ଠାତା ଶରତ କୁମାର
- ଡିସେମ୍ବର ୩୧ ଯାଏଁ ବଢିଲା ଇ-କେୱାଇସି ର ଅବଧି
- ବାପାଙ୍କୁ ପଚାରିନଥିଲା ବିଜେଡ଼ି – ଜୟ
Prev Post
Next Post