ଜାଡ଼ରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୧ ଡିଗ୍ରୀକୁ ଖସିଲା ଶିମିଳିପାଳ ତାପମାତ୍ରା। ଶିମିଳିପାଳରେ ଏବେ ଘାସ ପଡ଼ିଆର ଶିଶିର ବୁନ୍ଦା ସବୁ ବରଫ ହୋଇଥିବା ଦେଖିବାକୁ ମିଳୁଛି। ଅସହ୍ୟ ଶୀତ ଯୋଗୁଁ ଶିମିଳିପାଳ ଭିତରେ ରହୁଥିବା ଗ୍ରାମବାସୀଙ୍କ ଅବସ୍ଥା ଏବେ କହିଲେ ନସରେ। ଥଣ୍ଡା ପ୍ରକୋପ ସାଙ୍ଗକୁ ଘନକୁହୁଡ଼ି ଲାଗି ରହୁଥିବାରୁ ରାତି ୩ରୁ ସକାଳ ୯ଟା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନି।ସେହିପରି ହାଡ଼ ଭଙ୍ଗା ଶୀତ ପାଇଁ ସକାଳ ଏବଂ ସନ୍ଧ୍ୟାରେ ରାସ୍ତାଘାଟ ଶୂନସାନ ହେଇଯାଉଛି । ତେବେ ଏଭଳି ଜାଡରେ ବି ଶିମିଳପାଳର ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଶୀତ ଦିନ ପାଇଁ ଏଠାରେ ଶୀତ ବସ୍ତ୍ର ଦୋକାନ ପଡ଼ିଛି । ଲୋକମାନେ ଶୀତ ବସ୍ତ୍ର କିଣିବା ପାଇଁ ଭିଡ଼ ଲାଗାଇଛନ୍ତି । ଅନ୍ୟପଟେ ଦୋକାନୀ ମାନଙ୍କର ବି ଭଲ ଦୁଇ ପଇସା ରୋଜଗାର ହେଉଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ