ଜଳୁଛି ପଶ୍ଚିମ ଓଡ଼ିଶା
ପଶ୍ଚିମ ଓଡ଼ିଶାରେ ଆହୁରି ଦୁଇ ଦିନ କଲବଲ କରିବ ଗ୍ରୀଷ୍ମପ୍ରବାହ । ପରେ କମିବ ତାତି । ଆଗାମୀ ୨ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।ଗ୍ରୀଷ୍ମଲହରୀ ନେଇ ଆଜି ପଶ୍ଚିମ ଓଡିଶାର ୫ ଜିଲ୍ଲା ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର ଓ ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତିନିଦିନ ଯାଏ ଉଷ୍ମ ଓ ଆଦ୍ର ବାୟୁ ପ୍ରବାହ ନେଇ ମଧ୍ୟ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗତକାଲି ୯ଟି ସହରର ତାପମାତ୍ରା ୪୫ ଡ଼ିଗ୍ରୀ ରୁ ଅଧିକ ରେକର୍ଡ଼ କରଯାଇଥିଲା । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୬.୫ ରେକର୍ଡ଼ କରାଯାଇଥିଲା ।ସେହିପରି ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କରିଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା । ଗତ କିଛିଦିନ ଧରି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଉ କିଛି ଦିନ ଏହି ସ୍ଥିତି ଲାଗି ରହିବ ।