ଜଳୁଛି ଓଡ଼ିଶା

ରାଜ୍ୟରେ ସକାଳୁ ଆରମ୍ଭ ହୋଇଗଲାଣି ତାତି । ସକାଳ ୮ଟା ୩୦ ସୁଦ୍ଧା ୩୦ ଡିଗ୍ରୀ ଉପରେ ୪ ସହର । ବାଲେଶ୍ୱରରେ ସର୍ବାଧିକ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି । କଟକରେ ୩୧.୧, ଭୁବନେଶ୍ୱରରେ ୩୦.୮ ଡିଗ୍ରୀ ରେକର୍ଡ କରିଛି । ସେହିପରି ଚାନ୍ଦବାଲିରେ ୩୦.୪ ଡିଗ୍ରୀ ଖରା ଥିବା ବେଳେ ସମ୍ବଲପୁରରେ ୩୦ ଡିଗ୍ରୀ ତାପମାତ୍ରା ଛୁଇଁଛି । ତେବେ ଏହି ଖରାକୁ ଦେଖି ରାଜ୍ୟରେ ଆଜି ସମସ୍ତ ବିଦ୍ୟାଳୟରେ ସକାଳୁ ପାଠ ପଢା ଆରମ୍ଭ ହୋଇଛି ।ସକାଳୁ ଏପରି ତାପମାତ୍ରା ଲୋକଙ୍କୁ ଅସୁବିଧାରେ ପକାଇଛି । ତେବେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୩୨ ଡିଗ୍ରୀ ସେଲସିୟସ ତାପମାତ୍ରା ସକାଳ ୮ଟାରେ ରେକର୍ଡ କରିଛି ।