ଘନ କୁହୁଡ଼ି ଆସ୍ତରଣ

ରାଜ୍ୟରେ ସକାଳୁ ସକାଳୁ ଘନ କୁହୁଡ଼ି ଆସ୍ତରଣ । ଆଜି ୧୫ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟଲୋ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ ରହୁଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି । ତେବେ ଆହୁରି ୩ ଦିନ ଏଭଳି ଘନ କୁହୁଡ଼ି ରହିବା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।