ଘନ କୁହୁଡ଼ି

ଭାରତରେ ଘନ କୁହୁଡ଼ିର ଆସ୍ତରଣ ଗତ କିଛିଦିନ ହେବ ଦେଖିବାକୁ ମିଳିଛି । ଏପରିକି ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହାର ସାଂଘାତିକ ପ୍ରଭାବ ଅନୁଭୂତ ହେଉଛି । ଦିନ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ଦେଖାଯାଉ ନଥିବାରୁ ଏକାଧିକ ବିମାନ ଓ ଟ୍ରେନ୍ ଚଳାଚଳରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।ଆହୁରି ୫ ଦିନ ଘନକୁହୁଡ଼ି ଲାଗି ରହିବ ବୋଲି ସୂଚନା ଦିଆଯିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ହଜାର ହଜାର ଯାତ୍ରୀ ଅଟକି ରହିଛନ୍ତି । ପରବର୍ତ୍ତୀ ବିମାନ ଉଡ଼ାଣ ପର୍ଯ୍ୟନ୍ତ ଯୋଗାଯୋଗରେ ରହିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ।