ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଟୁଇନ ସିଟରେ ପ୍ରବଳ ଛେଚିବ। ବୁଧବାର ପାଣିପାଗକେନ୍ଦ୍ର ପକ୍ଷରୁ ଏ ନେଇ ପୂର୍ବାନୁମାନ କରାଯାଇଛି। ଭୁବନେଶ୍ବର ଓ କଟକ ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି। ଘଡ଼ଘଡ଼ି ସହ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି ହୋଇଛି।ଟୁଇନ ସିଟି ସମେତ ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀକୁ ୱାର୍ନିଂ ଜାରି ହୋଇଛି।