କେଉଁଠି ବି ତାତିରୁ ନିସ୍ତାର ମିଳୁ ନାହିଁ। ଦିନ ବଢ଼ିବା ସହ ତାତିର ପ୍ରକୋପ ଏତେ ବଢ଼ିଯାଉଛି ଯେ ଶରୀରରୁ ଜଳୀୟ ଅଂଶ କମିଯାଉଛି। ସ୍ଥାନେ ସ୍ଥାନେ ଲୋକେ ଅଣନିଶ୍ବାସୀ ହୋଇପଡ଼ୁଛନ୍ତି। ତାତି ପ୍ରକୋପରେ କିଏ ରାସ୍ତାରେ ଟଳି ପଡ଼ୁଛନ୍ତି ତ ଆଉ କିଏ ପ୍ରତି ମୂହୂର୍ତ୍ତରେ ଗଛ ଛାଇ ଖୋଜୁଛନ୍ତି। ଲଗାତାର ୧୨ ଦିନ ହେଲା ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗିରହିଛି। ଆଗାମୀ ୪ ଦିନ ଆହୁରି ଭୟଙ୍କର ସ୍ଥିତିର ସାମ୍ନା କରିବାକୁ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏବେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରୁଛି, ଯାହାକି ଆଗାମୀ ୫ରୁ ୬ ଦିନ ପର୍ଯ୍ୟନ୍ତ ଲାଗିରହିବ। ତେଣୁ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ଡିଗ୍ରି ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବ। ଆସନ୍ତା ଦୁଇ ଦିନ ମଧ୍ୟରେ ୧୮ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ(ହିଟ୍ୱେଭ୍)ରୁ ଭୀଷଣ ଗ୍ରୀଷ୍ମପ୍ରବାହ(ସିଭିଅର ହିଟ୍ୱେଭ୍) ସ୍ଥିତି ଲାଗିରହିବାକୁ ଥିବାରୁ ରେଡ୍ ଆଲର୍ଟ ଜାରି ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨୭ରୁ ୨୯ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ୩୯ରୁ ୪୧ ଡିଗ୍ରି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୧ରୁ ୪୩ ଡଗ୍ରି ମଧ୍ୟରେ ରହିବାର ସମ୍ଭାବନା ରହିଛି। ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଉପକୂଳରେ ୨୪ରୁ ୨୬ ଡିଗ୍ରି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୨ରୁ ୨୫ ଡିଗ୍ରି ମଧ୍ୟରେ ରହିଛି। ଏହି ସମୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ୨୭ ଓ ୨୮ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା, ଅନୁଗୁଳ, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ହିଟ୍ୱେଭ୍ରୁ ସିଭିଅର ହିଟ୍ୱେଭ୍ ଅନୁଭୂତ ହେବାକୁ ଥିବାରୁ ରେଡ୍ ଆଲର୍ଟ ଜାରି କରାଯାଇ ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଛି।
Trending
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
- ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି
- ରାଜଧାନୀ ଭୁବନେଶ୍ବରରେ ୭ଟି ସ୍ଥାନରେ ହେବ ରାବଣ ପୋଡି
- ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି
- ପ୍ରଥମ ଥର ପାଇଁ ଭାରତ ମାତାର ପ୍ରତିଛବି ଥିବା ସ୍ମାରକୀ ମୁଦ୍ରା ଉନ୍ନୋଚିତ
- ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମିଳିଲା ମଞ୍ଜୁରୀ
Prev Post
Next Post