ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପ୍ରଭାବରେ ୨୩ ତାରିଖ ବେଳକୁ ଉତ୍ତର ଅଣ୍ଡାମାନରେ ମୌସୁମୀ ଛୁଇଁପାରେ। ସ୍ୱାଭାବିକ ଭାବେ ମେ ୨୨ରେ ମୌସୁମୀ ଅଣ୍ଡାମାନ ଛୁଇଁଥାଏ। ଏଥର ମଧ୍ୟ ୨୨ରେ ଅଣ୍ଡାମାନରେ ବର୍ଷା ହେବ। ଏହାପରେ ମୌସୁମୀ ଛୁଇଁବ। ପରେ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବା ଦ୍ବାରା ଥାଇଲାଣ୍ଡ, ମିଆଁମାର, ବାଂଲାଦେଶ, ଉତ୍ତର ପୂର୍ବ ଭାରତ ସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ପ୍ରବଳ ବର୍ଷା ହୋଇପାରେ। ତେବେ ଓଡ଼ିଶାରେ ଏହାର କି ପ୍ରକାର ପ୍ରଭାବ ରହିବ ତାହା ୧୯ ତାରିଖ ପରେ ଜଣାପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି। ସେ ଆହୁରି ଆକଳନ କରିଛନ୍ତି ଯେ ୧୭ ବେଳକୁ ଦକ୍ଷିଣ ତାମିଲନାଡ଼ୁ ଓ କେରଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଫଳରେ କେରଳ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
Trending
- ଅପରେସନ୍ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ
- ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ
- ସମ୍ବିଧାନ ବଞ୍ଚାଅ ନୁହେଁ କଂଗ୍ରେସ ବଂଚାଅ ଆନ୍ଦୋଳନ: ବିଜେପି
- ବିଜେପିକୁ ଟାର୍ଗେଟ କଲେ ରାହୁଲ
- ଜେଲରୁ ମୁକୁଳିଲେ ଜଗା ପ୍ରଧାନ
- ୧୪ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
- ଭାରତ ଏକ ଧର୍ମଶାଳା ନୁହେଁ
- ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ,ଆନ୍ଦୋଳନ ଜାରି
- ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଆଜି ଭାରତ ବନ୍ଦ ଡାକରା
- ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ
Prev Post
Next Post