କଲବଲ କରୁଛି ତାତି

ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି ।ସକାଳ ୮ଟା ୩୦ ସୁଦ୍ଧା ୩୭ ଡିଗ୍ରୀ ସହ ବାରିପଦା ସବୁଠୁ ଉତପ୍ତ ସହର ହୋଇଥିବା ବେଳେ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁ ସାରିଲାଣି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ତାପମାତ୍ରା ୪୧ ଡିଗ୍ରୀ, ଭୁବନେଶ୍ୱରର ୪୦.୭, ବାଲେଶ୍ୱରରେ ୪୦.୧, ରାଉରକେଲାରେ ୩୯.୬, ଚାନ୍ଦବାଲିରେ ୩୯.୨, ସମ୍ବଲପୁରରେ ୩୮.୨, ହୀରାକୁଦରେ ୩୭.୮, ପୁରୀରେ ୩୪.୪, ପାରାଦୀପରେ ୩୩.୫ ଓ ଗୋପାଳପୁରରେ ୩୨.୮ ଡିଗ୍ରୀ ରେକର୍ଡ ହୋଇଛି।