ଓଡ଼ିଶାରେ ପ୍ରବଳ ଗୁଳୁଗୁଳି
ଆଜି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତହେଉଛି। ୮ ତାରିଖ ରୁ ୧୦ ଯାଏ ଦିନର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏନେଇ ଆସନ୍ତା ୨୪ ଘଣ୍ଟାର କିଛି କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ରହିଥିବା ବେଳେ ବରଗଡ଼ ବଲାଙ୍ଗିର ଓ ନୂଆପଡାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପୁଣି ୮ ରୁ ଗ୍ରୀଷ୍ମ ପ୍ରବାହ ଜାରି ହେବାକୁ ଥିବା ବେଳେ ବରଗଡ଼ ବଲାଙ୍ଗୀର ଓ ନୂଆପଡା ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ। ଏହାସହ ଆସନ୍ତା ୫ ଦିନ ଯାଏ ଉପକୁଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ରହିବା ସହ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିବ। ରାଜ୍ୟକୁ ଶୁଷ୍କ ଗରମ ପବନର ପ୍ରବେଶ ଓ ଆଦ୍ରତାର ପରିମାଣ ଅଧିକା ରହୁଥିବା ବେଳେ ଏଭଳି ଅସହ୍ୟ ଗୁଳୁଗୁଳି ହେଉଥିବା କହିଛି ପାଣିପାଗ ବିଭାଗ।