ଆସୁଛି ଦୁଇଟି ଲଘୁଚାପ

ଆସନ୍ତା ୭ ଦିନ ମଧ୍ୟରେ ଦୁଇଟି ଲଘୁଚାପ ସୃଷ୍ଟି ହେବ। ପ୍ରଥମଟି ଆଜି ସନ୍ଧ୍ୟାରେ କେନ୍ଦ୍ରୀୟ-ପୂର୍ବ ଆରବସାଗରରେ ଉତ୍ତର କର୍ଣ୍ଣାଟକ ଉପକୂଳଠାରୁ କିଛି ଦୂରରେ ରହିଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୬ ତାରିଖରେ ୟେମେନ୍ ସଂଲଗ୍ନ ଓମାନ ଉପକୂଳ ସ୍ପର୍ଶ କରିବ। ଏହାର ପ୍ରଭାବ ଭାରତ ଉପରେ ପଡ଼ିବନାହିଁ।

ଦ୍ବିତୀୟଟି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଶ୍ରୀଲଙ୍କା ନିକଟରେ ଶୁକ୍ରବାର ସୃଷ୍ଟି ହେବ। ଏହା ଉତ୍ତରମୁହାଁ ହୋଇ ଘନୀଭୂତ ହେବ। ୧୪ରୁ ପଶ୍ଚିମମୁହାଁ ହୋଇ ଅଧିକ ଘନୀଭୂତ (ଗଭୀର ଅବପାତ ତଥା ଅଧିକ) ହୋଇ ୧୫ରେ ତାଲିମନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ସ୍ପର୍ଶ କରିବ। ଏହା ପ୍ରାୟତଃ ପଶ୍ଚିମ ଦିଗରେ ଗତି କରି ୧୭ ତାରିଖରେ ଉତ୍ତର କର୍ଣ୍ଣାଟକ/ଗୋଆ ନିକଟରେ ଆରବସାଗରରେ ପହଞ୍ଚିବ। ଏହାପରେ ଉତ୍ତର-ପଶ୍ଚିମ-ଉତ୍ତର ଦିଗରେ ଗତି କରି ମହାରାଷ୍ଟ୍ର ଉପକୂଳରୁ ଦୂରେଇବ। ଏହାର ପରବର୍ତ୍ତୀ ଅବସ୍ଥା ବର୍ତ୍ତମାନ କହିବା କଷ୍ଟକର ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।