ଅସମ୍ଭାଳ ହେବ ତାତି

ଏ ବର୍ଷ ଅସମ୍ଭାଳ ହେବ ତାତି। ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେବ ପାରଦ। ସ୍ବାଭାବିକଠାରୁ ଯଥେଷ୍ଟ ଅଧିକ ରହିବ ତାପମାତ୍ରା।ମାର୍ଚ୍ଚ, ଏପ୍ରିଲ ଏବଂ ମେ ପାଇଁ ଜାରି ହୋଇଥିବା ଆକଳନ ଅନୁସାରେ ଚଳିତ ବର୍ଷ ଏଲନିନୋ ପାଇଁ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ। ମେ ମାସ ପର୍ଯ୍ୟନ୍ତ ଏଲନିନୋ ସକ୍ରିୟ ରହୁଥିବାରୁ ଗ୍ରୀଷ୍ମ ପ୍ରବାହ ପ୍ରଭାବ ଅଧିକ ରହିବ।ଓଡ଼ିଶାକୁ କେବଳ ରେଡ୍ ଏବଂ ଅରେଞ୍ଜ ମାର୍କରେ ରଖାଯାଇଛି। ମାର୍ଚ୍ଚ ମାସରୁ ହିଁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ। ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଓଡ଼ିଶାରେ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରାଯାଇଛି