ବଦଳିଲା ପାଗ .ଆଗାମୀ ୩ ଘଣ୍ଟା ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା
ବଦଳିଲା ଭୁବନେଶ୍ୱରର ପାଗ । ଆଗାମୀ ୩ଘଣ୍ଟା ଘୂଣ୍ଣିଝଡ ଓ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଘୂଣ୍ଣିଝଡ ଓ ବର୍ଷା ବ୍ରଜପାତ ନେଇ ଆଶଙ୍କା କରିଛି ବିଭାଗ । ଏଥିସହ କିଛି ଜିଲ୍ଲାକୁ ସତର୍କ ସୂତନା ଜାରି କରିଛି ବିଭାଗ ।ରାୟଗଡା, ଗଂଜାମ ,କଟକ ,ଖୋର୍ଦା ଭୁବନେଶ୍ୱର, ପୁରୀ ନୟାଗଡ, ଓ ବରଗଡ କୁ ସତର୍କତା ଜାରି । ସେହିପରି ଯଦି ଆମେ ରାଜଧାନୀ ଭୁବନେଶ୍ୱରର ପାଣିପାଗ ଦେଖିବା ଗତ କିଛି ଦିନରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।
ତେବେ ଖାଲି ରାଜଧାନୀ ନୁହେଁ ରାଜ୍ୟର ଅନ୍ୟ ସ୍ଥାନରେ ବି କାଳବୈଶାଖୀର ପ୍ରଭାବ ଅନୁଭୂତ ହୋଇଛି । ଘୂର୍ଣ୍ଣିଝଡ ସହ ବର୍ଷା ହୋଇଛି । ସେପଟେ ଆଜି ବି ରାଜଧାନୀ ଭୁବନେଶ୍ୱରରେ ତାତି ପୁଣି ୪୩ଡିଗ୍ରୀ ଟପିଥିଲା । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ଚାନ୍ଦବାଲି ୪୦ ଡିଗ୍ରୀ, , ଝାରୁସୁଗଡା ୩୯.୨, କେନ୍ଦୁଝର ୩୭. ୬, ରାଉରକେଲା ୩୭. ୬, ସମ୍ବଲପୁର ୩୬. ୭. ହୀରାକୁଦ ୩୬, ପୁରୀ ୩୫.୨, ଗୋପାଳପୁର ୩୫.୨ ଏବଂ ପରାଦୀପରେ ୩୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।