ଭୁବନେଶ୍ୱରରେ ଘଡଘଡି ସହ ବର୍ଷା

ଭୁବନେଶ୍ୱରରେ ଘଡଘଡି ସହ ବର୍ଷା ଆରମ୍ଭ । ପ୍ରବଳ ଗରମ ଓ ଗୁଳୁଗୁଳିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଗତ କାଲି ମଧ୍ୟ ରାଜଧାନୀରେ ପବନ ବର୍ଷା ଦେଖିବାକୁ ମିଳିଥିଲା । ତେବେ ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଜାରି ରହିଛି । ଅସହ୍ୟ ଗରମରେ ଆଉଟପାଉଟ ହେଉଛନ୍ତି ଲୋକେ । ଏହାରି ମଧ୍ୟରେ ବର୍ଷା ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରୁଛି ।ଘଡଘଡି ସହ ବର୍ଷା ନେଇ ୨୩ ଜିଲାକୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର, ନୟାଗଡ, କେନ୍ଦୁଝରକୁ ସତର୍କ ସୂଚନା ଜାରି କରାଯାଇଛି।