ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ସକାଳେ ଆହୁରି ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ରୂପ ନେଇଥିଲା। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ସନ୍ଧ୍ୟାରେ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇଛି। ଏହାର ନାମକରଣ ‘ରେମାଲ’ କରାଯାଇଛି। ବାତ୍ୟାଟି ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଛି। ରିପୋର୍ଟ ଲେଖାଯିବା ବେଳେକୁ ବାତ୍ୟା ବାଂଲାଦେଶର ଖେପୁପରାଠାରୁ ୪୪୦ ଓ ପଶ୍ଚିମବଙ୍ଗର କାନ୍ନିଙ୍ଗ୍ଠାରୁ ୪୮୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଉତ୍ତର-ପଶ୍ଚିମ ଓ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏହା ଅଧିକ ଘନୀଭୂତ ହୋଇ ୨୬ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଏହା ଉତ୍ତର ଦିଗରେ ଗତି କରି ୨୬ ତାରିଖ ମଧ୍ୟରାତିରେ ଭୀଷଣ ବାତ୍ୟା ରୂପରେ ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳର ସାଗର ଦ୍ୱୀପ ଓ ଖେପୁପରା ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ। ସେତେବେଳକୁ ପବନର ବେଗ ୧୧୦ରୁ ୧୨୦ କିମି ରହିଥିବ।
Trending
- ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
- ୨୦ ହଜାର ମହିଳା ଘେରିବେ ବିଧାନସଭା
- ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
- ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
- ପୁରୀ ଶରଧାବାଲି ଦଳଚକଟା ଘଟଣା , ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
- ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ
- ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର 6 ଟି ବୈଠକରେ ବଡ଼ ନିଷ୍ପତ୍ତି
- ଆସନ୍ତା କାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
Prev Post
Next Post