ଗୌରବମୟ ୧୫୦ ବର୍ଷରେ ପାଦ ଥାପିଲା ଭାରତୀୟ ପାଣିପାଗ ବିଭାଗ

ଗୌରବମୟ ୧୫୦ ବର୍ଷରେ ପାଦ ଥାପିଲା ଭାରତୀୟ ପାଣିପାଗ ବିଭାଗ । ‘ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍’ ଲକ୍ଷ୍ୟ ହାସଲ ଦିଗରେ ଦେଲା ବଡ଼ ଉପହାର । ଏଣିକି ମୋବାଇଲ୍ ଆପ୍ ଜରିଆରେ ଘରେ ଘରେ ପହଞ୍ଚିବ ପ୍ରତିଟି ପାଣିପାଗ ଖବର । ଯବାନଙ୍କଠୁ କିଷାନ୍ ଯାଏଁ..ପାଣିପାଗ ସୂଚନା ଜରିଆରେ ପ୍ରତିଟି ଜୀବନକୁ ସୁରକ୍ଷିତ ଓ ସମୃଦ୍ଧ କରିଥିବା ଭାରତୀୟ ପାଣିପାଗ ବିଭାଗ ବା IMD, ଆଜି ପଦାର୍ପଣ କରିଛି ୧୫୦ ବର୍ଷରେ । ଏହି ଅବସରରେ ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୌସମ୍ ଆପ୍ ଲୋକାର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ଭୂ-ବିଜ୍ଞାନ ମନ୍ତ୍ରୀ କିରଣ ରିଜିଜୁ । ଏହି ଆପ୍‌ରେ ଥିବା ପଞ୍ଚାୟତ ମୌସମ୍ ସେବା ଏବଂ ମୌସମ ଗ୍ରାମ୍ ଫିଚର୍ ଦେଶବାସୀଙ୍କୁ ଅଭୂତପୂର୍ବ ଉପକାର ଦେବ ବୋଲି କହିଛନ୍ତି ଆଇଏମ୍‌ଇ ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଓଡ଼ିଆ ସମେତ ୧୨ଟି ଭାଷାରେ ଉପଲବ୍ଧ ଏହି ମୋବାଇଲ ଆପ୍ଲିକେସନ ଜରିଆରେ ସମସ୍ତେ ନିଜ ପଞ୍ଚାୟତର ପ୍ରତି ଘଣ୍ଟାର ପାଣିପାଗ ସୂଚନା ପାଇପାରିବେ