୫ ସହରରେ କାଳବୈଶାଖୀ ବର୍ଷା
କାଳବୈଶାଖୀ ଜନିତ ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି। ଆଜି ବାଲେଶ୍ବରରେ ସର୍ବାଧିକ ୩୪.୪ମିମି ବର୍ଷା ହୋଇଛି। ଏହା ସହିତ ନୟାଗଡ଼ରେ ୯ମିମି ବର୍ଷା ହୋଇଥିବା ବେଳେ ତାଳଚେରରେ ୬ ମିମି ଓ ଦାରିଙ୍ଗିବାଡ଼ିରେ ୪ମିମି ବର୍ଷା ରେକର୍ଡ କରାଯାଇଛି। ଗତ ରାତି ସୁଦ୍ଧା କେନ୍ଦ୍ରାପଡ଼ାର ରାଜନଗର ଠାରେ ସର୍ବାଧିକ ୧୦୧ମିମି ବର୍ଷା ରେକର୍ଡ କରାଯାଇଛି। କାଳବୈଶାଖୀ ପ୍ରଭାବରେ ଆସନ୍ତାକାଲି ମଧ୍ୟ କେତେକ ସ୍ଥାନରେ ବର୍ଷା ଜାରି ରହିବ। ସେଥିପାଇଁ ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି।