୩ଦିନ ଗୁଳୁଗୁଳି, ୨୦ରୁ ପ୍ରବଳ ବର୍ଷା
ତାତି ଓ ଗୁଳୁଗୁଳିରୁ ମୁକ୍ତି ମିଳିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବର୍ଷା ହେବା ନେଇ ଦିଆଯାଉଥିବା ପୂର୍ବାନୁମାନ ସୂଚନା ଠିକ୍ ହେଉନାହିଁ। ତାରିଖ ପରେ ତାରିଖ ବଦଳୁଥିଲେ ମଧ୍ୟ ଏଯାଏ ରାଜ୍ୟରେ ମୌସୁମୀ ବର୍ଷାର ଦେଖାନାହିଁ। ଫଳରେ ରାଜ୍ୟବାସୀ ତାତି ଓ ଗୁଳୁଗୁଳିରେ ଛଟପଟ ହେବା ସହ ପାଣିପାଗ ବିଭାଗର ସୂଚନାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।୧୭ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଗତ ସପ୍ତାହରେ ଆକଳନ କରାଯାଇଥିଲା। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ଗଣମାଧ୍ୟମ ଆଗରେ ଏହି ସୂଚନା ଦେଇଥିଲେ। ରଜରେ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ଲୋକେ ୧୭ ତାରିଖରୁ ବର୍ଷା ଅପେକ୍ଷାରେ ରହିଥିଲେ। ମାତ୍ର ରବିବାର ସେପରି କୌଣସି ସ୍ଥାନରେ ମୌସୁମୀ ବର୍ଷା ହୋଇ ନ ଥିବାବେଳେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ସୂଚନା ମିଳିଛି। ସେହିପରି ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସାରେ ଜାରି ବୁଲେଟିନ ଅନୁଯାୟୀ, ଆସନ୍ତା ୩ ଦିନ ଅର୍ଥାତ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ହେବ।