୧୬ ଯାଏଁ ବଡ଼ ବର୍ଷା

ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତରପ୍ରଦେଶର ସାମାରାମ ନିକଟରେ ରହିଥିବାରୁ ଓଡ଼ିଶାରୁ ବର୍ଷା କମିଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବଙ୍ଗୋପସାଗରରେ କୌଣସି ନୂଆ ସିଷ୍ଟମ ସୃଷ୍ଟି ହେବାର ସଙ୍କେତ ମିଳୁ ନାହିଁ। ଓଡ଼ିଶା ଉପରେ ଏବେ ମୌସୁମୀ ସକ୍ରିୟ ରହିଥିଲେ ମଧ୍ୟ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଭଦ୍ରକରୁ ସୁବର୍ଣ୍ଣପୁର ଜିଲ୍ଲାକୁ ସଂଯୋଗ କରୁଥିବା‌ ସରଳରେଖାର ଉତ୍ତରରେ ପ୍ରାୟ ୪୦ରୁ ୪୫ ମିମି ବର୍ଷା ଏବଂ ଦକ୍ଷିଣରେ ୨୦ରୁ ୩୦ ମିମି ବର୍ଷା ହେବ ନାହିଁ। ଦକ୍ଷିଣରେ ଏହି ବର୍ଷା ବିକ୍ଷିପ୍ତ ହେବ। କେତେକ ସ୍ଥାନରେ ଶୁଖିଲା ରହିବ। ବିଶେଷ ବର୍ଷା ନଥିବାରୁ ଅଣଜଳସେଚିତ ଜମିରେ ପାଣିର ଅସୁବିଧା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରାନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।