ସାରା ରାଜ୍ୟରେ ଅଗ୍ନିବର୍ଷା
ଲଗାତାର ୧୨ ଦିନ ଧରି ଜାରି ରହିଛି ଗ୍ରୀଷ୍ମପ୍ରବାହ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସ୍ଥିତି ଅସମ୍ଭାଳ ହେବ । ଆକାଶରୁ ବର୍ଷିବ ନିଆଁ । ୨ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । ୪୫ରୁ ୪୮ ଡିଗ୍ରୀ ଛୁଇଁବ ତାପମାତ୍ରା । ଦିନ ୧୧ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆୱାର ଘୋଷଣା । ଶିଶୁ, ବୟସ୍କ, ରୋଗୀ ଓ ଗର୍ଭବତୀଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ । ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଜାରି ରହିଥିବାବେଳେ ମେ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଶୁକ୍ରବାର ସିଭିୟରରୁ ସିଭିୟର ହିଟ୍ୱେଭ ପାଇଁ ୯ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବିଶେଷକରି ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ସତର୍କ କରି ଦିଆଯାଇଛି । ସେହିପରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।