ଶୀତ ଲହରୀ ଜାରି
ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିଠାରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରେକର୍ଡ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୭ ଡିଗ୍ରି ରହିଥିବା ବେଳେ ଫୁଲବାଣୀରେ ୮.୫, କୋରାପୁଟରେ ୮.୭, କେନ୍ଦୁଝରରେ ୮.୮, ସୁନ୍ଦରଗଡ଼ରେ ୯, ଝାରସୁଗୁଡ଼ାରେ ୯.୨, ଦାରିଙ୍ଗବାଡ଼ିରେ ୯.୫, ଅନୁଗୁଳ ଓ ରାଉରକେଲାରେ ୯.୬ ଡିଗ୍ରି ରହିଥିଲା। ବାକି ସମସ୍ତ ସହର ତାପମାତ୍ରା ସହ କଟକ ୧୩.୫ ଓ ଭୁବନେଶ୍ୱର ରାତ୍ରି ତାପମାତ୍ରା ୧୩.୮ ଡିଗ୍ରୀ ରହିଥିଲା। ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ପ୍ରାୟତଃ ସମାନ ରହିଥିବା ବେଳେ ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାରେ ରାତିର ତାପମାତ୍ରାରେ ସାମାନ୍ୟ ବଢ଼ିଛି।