ମାଘରେ ବାଘ ପରି ଖରା
ଧୀରେ ଧୀରେ ଗରମ ହେବା ଆରମ୍ଭ ହେଲାଣି । ଦିନ ଦ୍ବିପ୍ରହରେ ବେଳକୁ ପାରଦ ସାମାନ୍ୟ ଠାରୁ ରହୁଛି ଅଧିକା । ସେହିପରି ରାତିରେ ବି ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା ।ପାଣିପାଗ ବିଭାଗ ଅନୁଯାୟୀ, ଫେବୃଆରୀ ୫ ଓ ୬ ତାରିଖ ସକାଳେ ପଞ୍ଜାବ, ହରିୟାଣା ଓ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି ପଡ଼ିବାର ସମ୍ଭାବନା ରହିଛି।ଫେବୃଆରୀ ୧୦ ତାରିଖରେ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୧ରେ ସୁନ୍ଦରଗଡ , ବରଗଡ଼ , ସମ୍ବଲପୁର , ନୂଆପଡା , ବଲାଙ୍ଗୀର , କେନ୍ଦୁଝର ଆଦି ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।