ଆଣ୍ଡାମାନରେ ସୃଷ୍ଟି ହେବାକୁ ଥିବା ବାତ୍ୟା ପ୍ରକ୍ରିୟା ବିଳମ୍ବ ହେବ । ବର୍ତ୍ତମାନ ଲଘୁଚାପ ଅବପାତରେ ପରିଣତ ହୋଇ ନାହିଁ । ତେଣୁ ପୂର୍ବରୁ ଆକଳନ କରାଯାଇଥିବା ତାରିଖ ତୁଳନାରେ ଅବପାତ ଓ ବାତ୍ୟା ସୃଷ୍ଟି ପାଇଁ ଅଧିକ ସମୟ ଲାଗୁଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ୨୯ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇ ଏହାର ୪୮ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବା କଥା । ମାତ୍ର ଏ ପର୍ଯ୍ୟନ୍ତ ଅବାପାତ ସୃଷ୍ଟି ହୋଇାପାରି ନାହିଁ । ଏଥିପାଇଁ ଆହୁରୀ ୨୪ ଘଣ୍ଟା ଆବଶ୍ୟକ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବବାତରେ ପରିଣତ ହେବ । ୩ତାରିଖରେ ବାତ୍ୟାର ରୂପ ନେଇ ୪ତାରିଖ ସୁଦ୍ଧା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିବ । ବାତ୍ୟାରେ ପରିଣତ ହେବା ପରେ ଏହାର ନାଁ ରହିବ “ମିଗଜମ”। ଆଇଏମଡିର ପୂର୍ବାନୁମାନ ଅନୁସାରେ ଓଡ଼ିଶା ଉପରେ ପଡ଼ିନପାରେ ବାତ୍ୟାର ପ୍ରଭାବ।
Trending
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ
Prev Post
Next Post