ବଦଳିପାରେ ପାଗ, ବଢ଼ିବ ବର୍ଷା

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ଓଡ଼ିଶାର ଆଉ କିଛି ଜିଲ୍ଲାରେ ସକ୍ରିୟ ହେବାର ସମ୍ଭାବନା ରହିଛି। ଏଥିଲାଗି ପାଗ ଅନୁକୂଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୨୧ ତାରିଖରେ ରାଜ୍ୟର ସମସ୍ତ ଅଞ୍ଚଳରେ ତାପମାତ୍ରା ୩୯ ଡିଗ୍ରି ତ‌ଳେ ରହିବ। ୨୨ ଓ ୨୩ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୩୫ରୁ ୩୭ ଡିଗ୍ରି ମଧ୍ୟରେ ରହିପାରେ। ୨୪ ତାରିଖରେ ତାପମାତ୍ରା ଆହୁରି କମିବା ସହ ୩୫ ଡିଗ୍ରି ତଳକୁ ଖସିଆସିବ।