ବଦଳିଛି ପାଗ
ବଦଳିଛି ପାଗର ମିଜାଜ୍। କମିଛି ଦିନର ତାପମାତ୍ରା। ତୁହାକୁ ତୁହା ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି। ଆହୁରି ୪ ଦିନ ଯାଏଁ କାଳବୈଶାଖୀ ବର୍ଷା ସାରା ରାଜ୍ୟରେ ଦେଖିବାକୁ ମିଳିବ। ରାଜ୍ୟରେ କାଳବୈଶାଖୀ ପ୍ରଭାବରୁ ସମାନ୍ୟ ଆଶ୍ବସ୍ତି ପାଇଛନ୍ତି ସାଧାରଣ ଲୋକେ। ତେବେ ଆହୁରି ୪ରୁ ୫ ଦିନ ପାଇଁ କେତେକ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣି ପାଗ ବିଭାଗ।