ଫେରୁଛି ତାତି

ରାଜ୍ୟକୁ ଫେରୁଛି ତାତି। ବେଶ କିଛି ଦିନ ଗ୍ରୀଷ୍ମ ପ୍ରବାହରୁ ମୁକ୍ତ ଥିବା ଜଳବାୟୁ ପରିବର୍ତ୍ତନ ହୋଇଛି। ଆଜି ୫ ସହରରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଛୁଇଁଥିବା ବେଳେ ବଲାଙ୍ଗୀର ତତଲା ସହର ଭାବେ ପରିଗଣିତ ହୋଇଛି। ଏଠାରେ ୩୮ ଡିଗ୍ରି ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୩ ରୁ ୫ ଡିଗ୍ରି ଯାଏଁ ସର୍ବୋଚ୍ଚ ତାପମାତ୍ରା ବଢ଼ିବା ଆକଳନ କରାଯାଇଛି। ମାର୍ଚ୍ଚ ଶେଷ ବେଳକୁ କେତେକ ଜିଲ୍ଲାରେ ୪୦ ଡିଗ୍ରି ଛୁଇଁବା ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ। ଆଜି ୩୭ ଡିଗ୍ରି ତାପମାତ୍ରା ଛୁଇଁଥିବା ସହର ମଧ୍ୟରେ ଟିଟିଲାଗଡ଼ (୩୭.୫), ମାଲକାନଗିରି (୩୭.୧) ଭବାନୀପାଟଣା (୩୭) ଓ ପାରଳାଖେମୁଣ୍ତି (୩୭) ରହିଛି। ଏହା ପଛକୁ ୯ ସହରର ତାପମାତ୍ରା ୩୬ ଡିଗ୍ରି ଉପରେ ରହିଛି। ସେଗୁଡ଼ିକ ହେଉଛି, ଚାନ୍ଦବାଲି(୩୬.୭), କଟକ(୩୬.୪), ଭୁବନେଶ୍ବର(୩୬.୨), ଅନୁଗୁଳୁ(୩୬.୧), ଝାରସୁଗୁଡ଼ା(୩୬.୪), ସୋନପୁର(୩୬.୧), ନୟାଗଡ଼(୩୬.୫), ଜଗତସିଂହପୁର(୩୬.୨) ଓ ରାଉରକେଲା(୩୬.୧)। ସେହିଭଳି ୪ଟି ସହରର ଆର୍ଦ୍ରତା ୯୦ ପ୍ରତିଶତ ଉପରେ ରହିଛି। ସେଗୁଡ଼ିକ ହେଉଛି, ତାଳଚେର(୯୫), ହୀରାକୁଦ(୯୧), ନବରଙ୍ଗପୁର(୯୨), ଖୋର୍ଦ୍ଧା(୯୧) ଓ କେନ୍ଦ୍ରାପଡ଼ା(୯୦)। ସେହିଭଳି ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହିଛି। ଏହି ତାଲିକାରେ ପୁରୀ(୨୬.୨), ପାରାଦୀପ(୨୫), ମାଲକାନାଗିରି(୨୪) ରହିଛନ୍ତି।