ପ୍ରବଳ ଜାଡ
କାଲୁଆ ଜାଡରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ପ୍ରକୃତି ରାଣୀ ଶିମିଳିପାଳ ସହ ଅନେକ ଅଞ୍ଚଳ ଘନ କୁହୁଡିର ଚାଦର ତଳେ ଘୋଡେଇ ହୋଇ ରହିଥିବା ଯୋଗୁଁ ଦିନ ୧୦ ଟା ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଧରାପୃଷ୍ଠରେ ଦେଖାଯାଉ ନାହିଁ । ଫଳରେ ମୟୂରଭଞ୍ଜ ଜିଲ୍ଲାରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । କିଛି ଲୋକ ପ୍ରବଳ ଥଣ୍ଡାର ମଜା ନେଉଥିବା ବେଳେ ରାସ୍ତାଘାଟରେ ଲୋକଙ୍କ ଚଳପ୍ରଚଳ କମ୍ ଦେଖିବାକୁ ମିଳୁଛି ।