ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କାଲିଠୁ ବଢିବ ବର୍ଷା ପରିମାଣ। ୧୬ରେ ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଦେଇଛି ଆଇଏମଡି। ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭବନା ରହିଛି। ଏହାଛଡ଼ା ଗଞ୍ଜାମ, ଖୋର୍ଦ୍ଧା , ଭଦ୍ରକ, କଟକ, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ୧୭ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ୧୭ରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଅନୁମାନ କରାଯାଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି