ଗୁରୁଚପ ବଳୟ ସକ୍ରିୟ ଥିବାରୁ ଆଜି ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡା ରେ ହାଲୁକା ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଗ ଶୁଖିଲା ରହିବ । 11 ତାରିଖ ରେ ଉତ୍ତର ଆଭ୍ୟାନ୍ତର ଓଡ଼ିଶା ପାର୍ଶ୍ବବର୍ତ୍ତି କିଛି ଜିଲ୍ଲା ଓ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବ। ଏହି ବର୍ଷା ର ପ୍ରଭାବ 12 ତାରିଖ ପର୍ଯ୍ୟନ୍ତ ରହିବ । 15 ତାରିଖ ବେଳକୁ ପଶ୍ଚିମ ଝଡ ପ୍ରଭାବ ରେ ଉତ୍ତର ଓଡ଼ିଶା ରେ ବର୍ଷା ସମ୍ଭାବନା ବୋଲି ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ଝାରସୁଗୁଡ଼ାରେ 9.1 ଡିଗ୍ରୀ , ସୁନ୍ଦରଗଡ଼ ରେ 9.2 ଡିଗ୍ରୀ ରାଉରକେଲା ରେ 9.9 ଡିଗ୍ରୀ ଏବଂ କରେଇ ଠାରେ 6.7 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଏହି ଭଳି ପାଗ ଲାଗିରହିବ ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା