ଓଡ଼ିଶାରେ ପ୍ରବଳ ଗୁଳୁଗୁଳି

ଆଜି ରାଜ୍ୟରେ  ଗ୍ରୀଷ୍ମ  ପ୍ରବାହ  ଜାରି ରହିଥିବା ବେଳେ ବେଳେ ଉପକୂଳରେ ଅସହ୍ୟ  ଗୁଳୁଗୁଳି ଅନୁଭୂତହେଉଛି। ୮ ତାରିଖ ରୁ ୧୦ ଯାଏ ଦିନର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏନେଇ ଆସନ୍ତା ୨୪ ଘଣ୍ଟାର କିଛି କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ରହିଥିବା ବେଳେ ବରଗଡ଼ ବଲାଙ୍ଗିର ଓ ନୂଆପଡାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପୁଣି ୮ ରୁ ଗ୍ରୀଷ୍ମ ପ୍ରବାହ ଜାରି  ହେବାକୁ ଥିବା ବେଳେ ବରଗଡ଼ ବଲାଙ୍ଗୀର ଓ ନୂଆପଡା ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରିକରିଛି  ପାଣିପାଗ  ବିଭାଗ। ଏହାସହ ଆସନ୍ତା ୫ ଦିନ ଯାଏ ଉପକୁଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ରହିବା ସହ  ଉଷ୍ମ  ଓ ଆଦ୍ର ସ୍ଥିତି  ଲାଗିରହିବ। ରାଜ୍ୟକୁ ଶୁଷ୍କ ଗରମ ପବନର ପ୍ରବେଶ ଓ ଆଦ୍ରତାର  ପରିମାଣ ଅଧିକା ରହୁଥିବା  ବେଳେ ଏଭଳି  ଅସହ୍ୟ ଗୁଳୁଗୁଳି  ହେଉଥିବା କହିଛି  ପାଣିପାଗ ବିଭାଗ।