ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷିବ
୧୩ ଜିଲ୍ଲାକୁ ସତର୍କ ସୂଚନା LatestLeadingଜିଲ୍ଲା ୧୩ ଜିଲ୍ଲାକୁ ସତର୍କ ସୂଚନା
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଗତ ୨୪ ଘଣ୍ଟା ଧରି ଗୋଟିଏ ଜାଗାରେ ସ୍ଥିର ରହିଛି। ସମୁଦ୍ର ପତ୍ତନର ୭.୬କିମି ଉଚ୍ଚାରେ ରହିଥିବା ଏହି କ୍ଷେତ୍ର ଦକ୍ଷିଣପଶ୍ଚିମ ଆଡକୁ ଢଳି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବା ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ମଧ୍ୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି। କୋରାପୁଟ ସମେତ ୬ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏଣୁ ୧୩ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ନନ୍ଦପୁରରେ ୧୪୦ ମିମି ବର୍ଷିଥିବା ବେଳେ ଜୟପୁରରେ ୧୩୦, ଲମତାପୁଟରେ ୧୧୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ମୟୂରଭଞ୍ଜର ମୋରଡ଼ାରେ ୧୧୦ ମିମି, ବାଲେଶ୍ବର ଭୋଗରାଇରେ ୧୧୦ ମିମି, କଳାହାଣ୍ଡିରେ ୧୧୦ମିମି ବର୍ଷା ହୋଇଛି।