ଅସହ୍ୟ ଗରମ

ରାଜ୍ୟରେ ପ୍ରତିଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ ହେଉଥିବା ବେଳେ ଅସହ୍ୟ ଗରମ ଲୋକଙ୍କୁ କଲବଲ କରୁଛି । ତେବେ ଆଗାମୀ ଦିନରେ ଏହି ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି । ରାଜ୍ୟର କିଛି ସ୍ଥାନରେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେବ । ଆସନ୍ତା ୨ ଦିନ ଭିତରେ ଏହି ତାପମାତ୍ରା ଆହୁରି ଉପରମୁହାଁ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆସନ୍ତା ୧୮ରୁ ୨୦ ତାରିଖ ମଧ୍ୟରେ ଶିଖର ଛୁଇଁପାରେ ଏହି ଗ୍ରୀଷ୍ମଲହରୀ । ଆସନ୍ତା ୨୦ ତାରିଖ ସୁଦ୍ଧା ଦିନର ତାପମାତ୍ରା ପ୍ରାୟ ୪୫ ଡିଗ୍ରୀରେ ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି ।