Uncategorized ୟୁକ୍ରେନ ସୀମାରେ ଋଷର ଜୋରଦାର ସମରାଭ୍ୟାସ Last updated Feb 14, 2022 ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨) : ୟୁକ୍ରେନ ସୀମାରେ ଜୋରଦାର ସମରାଭ୍ୟାସ ଚଳାଇଛି ଋଷ ସେନା । ଏଥିରେ ୩୦ ହଜାର ସେନା ଭାଗ ନେଇଛନ୍ତି । ୫୦ରୁ ଅଧିକ ବୋମାବର୍ଷା ବିମାନ ସାମିଲ ହୋଇଛି । ୟୁକ୍ରେନ ମଧ୍ୟ ତୁହାକୁ ତୁହା ଡ୍ରୋନ୍ କ୍ଷେପଣାସ୍ତ୍ର ପରୀକ୍ଷା କରିବା ସହ କମାଣ୍ଡୋ ବାହିନୀର ସ୍ୱତନ୍ତ୍ର ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ତୁର୍କୀଠାରୁ ହାସଲ କରିଥିବା ଡ୍ରୋନ୍ କ୍ଷେପଣାସ୍ତ୍ରକୁ ତୁହାକୁ ତୁହା ପରୀକ୍ଷା କରୁଛି । ଏଭଳି ଅଭ୍ୟାସ ୟୁକ୍ରେନ୍ ସମୀରେ ଅତି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି । ଯେକୌଣସି ସମୟରେ ଯୁଦ୍ଧ ଆରମ୍ଭ ହେବା ଆଶଙ୍କା ଥିବାରୁ ବିଭିନ୍ନ ରାଷ୍ଟ୍ରର ନାଗରିକମାନେ ୟୁକ୍ରେନ୍ ଛାଡୁଛନ୍ତି । Share