ହାଇକୋର୍ଟ ବେଞ୍ଚ ପ୍ରସଙ୍ଗକୁ ନେଇ କଣ କହିଲେ ମୁଖ୍ୟମନ୍ତ୍ରୀ

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗକୁ ନେଇ ପଶ୍ଚିମ ଓଡ଼ିଶାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ସରକାର ଏକ ସ୍ପଷ୍ଟିକରଣ ରଖିଛନ୍ତି । ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  କହିଥିଲେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ଉପରେ ସରକାର କାମ କରୁନାହାଁନ୍ତି । ଏଭଳି ଉତ୍ତରକୁ ନେଇ ସରକାର ଅଡ଼ୁଆରେ ପଡ଼ିଥିଲେ। କାରଣ ଅନେକ ସ୍ଥାନରେ ପ୍ରତିବାଦ ହୋଇଥିଲା । ଏହା ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ। ଖୋଦ୍ ଶାସକ ଦଳର ବିଧାୟକ ମଧ୍ୟ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଏବେ ବି କରୁଛୁ ବୋଲି କହିଥିଲେ। ବିବାଦ ଆଗକୁ ବଢ଼ିବାକୁ ଯାଉଥିବା ଦେଖି ଆଜି ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଧାନସଭାରେ ସ୍ପଷ୍ଟୀକରଣ ରଖିଛନ୍ତି।  କହିଛନ୍ତି, ଗତକାଲି ଦିଆଯାଇଥିବା ଉତ୍ତର ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଥିଲା। ଆମ ସରକାର ତ୍ବରିତ ବେଗରେ ଲୋକଙ୍କୁ ନ୍ୟାୟ ଦେବାକୁ ବଦ୍ଧ ପରିକର। ଏହି ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ଆମ ସରକାରର ବିଚାରାଧୀନ ଅଛି।