Uncategorized ରୋହିତ ଶର୍ମା ଙ୍କ ନୂଆ ଓପନିଂ ପାଟନର ଈଶାନ Last updated Feb 14, 2022 ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ଏବେ ସମଗ୍ର ବିଶ୍ୱରେ କ୍ରିକେଟ ଫ୍ୟାନ୍ସ ଆଇପିଏଲକୁ ଚାହିଁ ରହିଛନ୍ତି। ଆଇପିଏଲ ନିଲାମୀ ସରିଯାଇଛି। ଆଇପିଏଲ ନିଲାମୀ ପରେ ଏବେ କ୍ରିକେଟ ଫ୍ୟାନ୍ସଙ୍କ ନଜର ଇଣ୍ଡିଆ-େଓ୍ଵଷ୍ଟଇଣ୍ଡିଜ ଟି-୨୦ ସିରିଜ ଉପରେ। ସିରିଜର ପ୍ରଥମ ମ୍ୟାଚ କଲିକତାର ଇଡେନ ଗାର୍ଡେନରେ ଖେଳାଯିବ। ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କ କହୁଣୀରେ ଆଘାତ ଲାଗିବାରୁ ପ୍ରଥମ ଟି-୨୦ ଖେଳିବେ ନାହିଁ। କିନ୍ତୁ ଯଦି ରାହୁଲ ଖେଳିବେନି, ତେବେ ରୋହିତଙ୍କ ସହିତ ଓପନିଂ କିଏ କରିବ କ୍ରିକେଟ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ରହିଥିଲା। କେଏଲ ରାହୁଲ ଆହତ କାରଣରୁ ଟି-୨୦ ସିରିଜରୁ ବାଦ୍ ରହିଥିବାରୁ ରୋହିତଙ୍କ ସହିତ ଈଶାନ କିଶନ ଓପନିଂ କରିପାରନ୍ତି। ଈଶାନଙ୍କ ପ୍ରଦର୍ଶନ ଏବେ ଭଲ ରହିଛି। ପ୍ରଥମ ଦିନିକିଆ ମ୍ୟାଚରେ ମଧ୍ୟ ଈଶାନ କିଶନ ଓପନିଂ କରିଥିଲେ। ଆଉ ଈଶାନ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ଈଶାନ ରୋହିତଙ୍କ ନୂଆ ଓପନିଂ ପାର୍ଟନର ହୋଇପାରନ୍ତି । ଈଶାନ କିଶନ ପୂର୍ବରୁ ଅଣ୍ଡର-୧୯ ବିଶ୍ୱକପ୍ ଟିମରେ ଇଣ୍ଡିଆର ଅଧିନାୟକ ରହିଥିଲେ। ଭାରତୀୟ ପିଚରେ ଈଶାନ ଭଲ ପ୍ରଦର୍ଶନ ରହିଛି। ଈଶାନ କିଶନ ବହୁତ ଜବରଦସ୍ତ ବ୍ୟାଟିଂ କରନ୍ତି। ରୋହିତଙ୍କ ଭଳି ବ୍ୟାଟିଂ କରିବାର କ୍ଷମତା ରଖନ୍ତି ଈଶାନ। ଟି-୨୦ ବିଶ୍ୱକପ ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟଙ୍କ ସହିତ ଓପନିଂ କରିଥିଲେ ଈଶାନ।ଏବେ ଈଶାନ ଆଇପିଏଲ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଈଶାନ କିଶନଙ୍କୁ ୧୫.୨୫ କୋଟି ଟଙ୍କାରେ କିଣିଛି। ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ଦାମୀ ଖେଳାଳି ଭାବେ ରହିଛନ୍ତି ଈଶାନ କିଶନ। Share