ରସାବଳିକୁ GI ଟ୍ୟାଗ୍
ଭୁବନେଶ୍ବର:ଓଡ଼ିଶାର ଖାଦ୍ୟ ସଂସ୍କୃତି ଏବଂ ପରମ୍ପରାରେ ରସାବଳିର ବିଶେଷ ମହତ୍ଵ ରହିଛି ।କେନ୍ଦ୍ରାପଡା ରସାବଳିକୁ ମିଳିଲା GI ଟ୍ୟାଗ । କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ନେଇ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୧ରେ GI ଟ୍ୟାଗିଂ ପାଇଁ ଆବେଦନ ହୋଇଥିବାବେଳେ ଏହାକୁ ମାନ୍ୟତା ମିଳିଛି । ପ୍ରଭୁ ଶ୍ରୀବଳଦେବ ଜିଉଙ୍କ ପ୍ରିୟ ପ୍ରସାଦ ରସାବଳି । ଛେନା ଓ ପତାଳା କ୍ଷୀରରେ ରସାବଳୀ ପ୍ରସ୍ତୁତ ହୁଏ । ଏହାକୁ GI ଟ୍ୟାଗ ପାଇଁ ରସାବଳି ମିଷ୍ଟାନ ନିର୍ମାତା ସଂଘ ତରଫରୁ ଆବେଦନ ହୋଇଥିଲା । ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଅନ୍ୟତମ ହେଉଛି ରସାବଳି । ରସାବଳି ଓଡ଼ିଶାର କେନ୍ଦ୍ରାପଡ଼ାରୁ ଆରମ୍ଭ ହୋଇଥିବା ଗବେଷକ ମତ ଦିଅନ୍ତି ।