ଭାରତୀୟ ମହିଳା ଦଳ ଆୟର୍ଲାଣ୍ଡକୁ ୬ ୱିକେଟରେ ପରାସ୍ତ କଲା

ରାଜକୋଟରେ ଅନୁଷ୍ଠିତ ଆଇସିସି ଚାମ୍ପିଅନସିପର ଏକ ମ୍ୟାଚରେ ଭାରତୀୟ ମହିଳା ଦଳ ଆୟର୍ଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୩୯ ରନର ଟାର୍ଗେଟ ଦେଇଥିଲା। ଜବାବରେ ଭାରତ ୩୪.୩ ଓଭରରେ ମ୍ୟାଚ୍ ଜିତି ନେଇଥିଲା। ଭାରତ ପକ୍ଷରୁ ପ୍ରତୀକ ରାୱଲ ଓ ତେଜଲ ଭଲ ପ୍ରଦର୍ଶନ କରିଥିଲେ। ଦୁହେଁ ଅର୍ଦ୍ଧଶତକ ହାସଲ କରିଥିଲେ। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଖେଳିଥିଲା।