ତୁର୍କୀ ସାମଗ୍ରୀ, ଭ୍ରମଣ ବର୍ଜନ

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଭିତରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିବା ତୁର୍କୀ ବିରୁଦ୍ଧରେ ଓଡ଼ିଶା ସମେତ ସାରା ଭାରତରେ ‘ବୟକଟ୍‌ ତୁର୍କୀ’ ଆନ୍ଦୋଳନ ଜୋର ଧରିଛି। ଭୁବନେଶ୍ୱର ଅନ୍ୟ ସହରରେ ଲୋକମାନେ ତୁର୍କୀରୁ ଆସୁଥିବା ସେଓ, ମାର୍ବଲ ଅନ୍ୟ ସାମଗ୍ରୀ ବର୍ଜନ କରୁଛନ୍ତି। ରାଜ୍ୟର ବ୍ୟବସାୟୀମାନେ ତୁର୍କୀ ସାମଗ୍ରୀର କାରବାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟ୍ରାଭେଲ୍‌ ଅପରେଟରମାନେ ମଧ୍ୟ ତୁର୍କୀ ଯାତ୍ରା ପ୍ୟାକେଜ୍‌ ବନ୍ଦ କରିଛନ୍ତି। ଗତ ୩-୪ ଦିନରେ ତୁର୍କୀ ପାଇଁ ୭୦%ରୁ ଅଧିକ ବୁକିଂ ବାତିଲ ହୋଇଛି, ଯାହା ତୁର୍କୀର ପର୍ଯ୍ୟଟନ ଶିଳ୍ପକୁ ବଡ଼ ଆଘାତ ଦେଇଛି। ଏହା ଓଡ଼ିଶାରେ ଦେଶପ୍ରେମୀ ମନୋଭାବର ପ୍ରତିଫଳନ କରୁଛି।
Leave a comment