Uncategorized ଆଜି ବିଶ୍ୱ ପାଳୁଛି ପ୍ରେମ ଦିବସ Last updated Feb 14, 2022 ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ଆଜି ପ୍ରେମୀ ଯୁଗଳଙ୍କ ପାଇଁ ବଡ଼ ଦିନ । ଭାଲେଣ୍ଟାଇନ୍ ଡେ ବା ପ୍ରେମ ଦିବସ । ଏକାଠି ହୋଇ ହୃଦୟ ଯୋଡିବେ ଓ ଭବିଷ୍ୟତ ପାଇଁ ସୁନେଲୀ ସ୍ୱପ୍ନ ଦେଖିବେ ପ୍ରେମପକ୍ଷୀ। । ଏହି ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ସଂକଳ୍ପ କରିଥାନ୍ତି ସେମାନଙ୍କ ପ୍ରେମ ଶାସ୍ୱତ ଓ ଅମର ହୋଇ ରହିଥାଉ । ଖାସ୍ କରି ଯୁବପିଢୀ ଏହି ଦିନକୁ ବେସ୍ ଉତ୍ସାହର ସହ ପାଳନ କରିଥାନ୍ତି । ପ୍ରେମ ସପ୍ତାହର ଶେଷ ଦିନରେ ନିଜ ମନର ଭାବନାକୁ ପ୍ରକାଶ କରିଥାନ୍ତି । ଦିନଟିକୁ ସ୍ମରଣୀୟ କରିବାକୁ ପରସ୍ପରକୁ ସପ୍ରାଇଜ୍ ଗିଫ୍ଟ ଦେଇ ସେଲିବ୍ରେଟ୍ କରିଥାନ୍ତି । ମଲ୍ରେ ବୁଲିବା ସହ ଲଙ୍ଗ୍ ଡ୍ରାଇଭ୍ରେ ଯିବେ। ରେସ୍ତୋରାଁରେ ମଧ୍ୟ ଭାଲେଣ୍ଟାଇନ୍ ପାଇଁ ସ୍ୱତନ୍ତ୍ର ମେନୁ ପ୍ରସ୍ତୁତ ହୋଇ ରହିଛି। ସେପଟେ କିଛି ସାମାଜିକ ଅନୁଷ୍ଠାନ ଏହି ଦିବସକୁ ମାତୃପିତୃ ପୂଜନ ଦିବସ ଭାବେ ମଧ୍ୟ ପାଳନ କରିଥାନ୍ତି। ଭଲ ପାଇବା ପାଇଁ, ପ୍ରେମର ପରିଭାଷା ପରିପ୍ରକାଶ ପାଇଁ ଗୋଟିଏ ଜୀବନ ବି କମ ପଡିଯାଏ । ଦିନ ଟିଏ ତ କିଛି ନୁହେଁ । ତଥାପି ହସଖୁସି ଭିତରେ ସାଥୀ ସହ ସମୟ ବିତେଇବା ପାଇଁ ଆଜି ଦିନର ପରିକଳ୍ପନା । Share