ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଗାଁ ଗାଁରେ ଉତ୍ସବ

ଭୁବନେଶ୍ବର: ୧୭ରେ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଅତ୍ୟନ୍ତ ଭବ୍ୟ ହେବାକୁ ଯାଉଛି ଏହି ଲୋକାର୍ପଣ ଉତ୍ସବ । ଏହା ମାଧ୍ୟମରେ ବିଶ୍ବ ଜାଣିବ ଓଡ଼ିଶାରେ ହେଉଥିବା ଦେବସ୍ଥଳର ରୂପାନ୍ତରଣ ସମ୍ପର୍କରେ । ପରିକ୍ରମା ଲୋକାର୍ପଣ ପୂର୍ବରୁ ସାରା ରାଜ୍ୟରେ ଗାଁକୁ ଗାଁ ବୁଲୁଛି ମହାପ୍ରଭୁଙ୍କ ଜଗନ୍ନାତ ରଥ । ପ୍ରତି ଘରୁ ସଂଗ୍ରହ କରାଯାଉଚି ଗୁଆ ଓ ଅରୁଆ ଚାଉଳ । ଆସନ୍ତା ୧୭ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରୁ ଗାଁ ଗାଁରେ ପହଁଚାଯିବ । ଏଥିପାଇଁ ସମସ୍ତ ଆବଶ୍ୟକୀୟ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ଏଥିରେ ସଂପୃକ୍ତ ସମସ୍ତ ବିଭାଗୀୟ କାର୍ଯ୍ୟକୁ ସୂଚାରୁରୂପେ ଅଗ୍ରାଧିକାର ଭିତ୍ତିରେ କରିବା ନେଇ ମୁଖ୍ୟ ସଚିବ ସମସ୍ତ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥି‌େର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଫେବ୍ରୁଆରି ୩ରୁ ୫ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ନେଇ ବି ସବିଶେଷ ଆଲୋଚନା ହୋଇଛି। ମିସନ ଶକ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁଜାତା ଆର୍‌. କାର୍ତ୍ତିକେୟନ୍ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ନେଇ ସବିଶେଷ ସୂଚନା ଦେଇଥିଲେ।