ସେଙ୍ଗୋଲ କୁ ନେଇ ସାରା ଭାରତରେ ଚର୍ଚା

ସେଙ୍ଗୋଲ ହେଉଛି ରାଜଦଣ୍ଡ  । ଏହା ରାଜାଙ୍କ ଶାସନର ପ୍ରତୀକ, ନ୍ୟାୟ, ଶକ୍ତି ପରାକ୍ରମର ପ୍ରତୀକ   । ଭାରତୀୟଙ୍କ ହାତରେ ଶାସନ ଭାର ହସ୍ତାନ୍ତର ସମୟରେ ସେଙ୍ଗୋଲର ବ୍ୟବହାର ହୋଇଥିଲା । ନୂଆ ଶାସକଙ୍କୁ ନ୍ୟାୟପୂର୍ଣ୍ଣ ଶାସନ କରିବା ପାଇଁ ସେଙ୍ଗୋଲ ହସ୍ତାନ୍ତର କରିଥିଲେ ବ୍ରିଟିସ ଶାସକ  । ଜବାହାରଲାଲ ନେହେରୁଙ୍କୁ ଯେଉଁ ସେଙ୍ଗୋଲ ପ୍ରଦାନ କରାଯାଇଥିଲା ତାହା ୫ ଫୁଟର ଥିଲା  । ସେଙ୍ଗୋଲ ରୂପା ନିର୍ମିତ ହୋଇଥିଲାବେଳେ ଏହା ଉପରେ ସୁନାର ପରସ୍ତ ଦିଆଯାଇଥିଲା  ।  ଭାରତରେ ଯୁଦ୍ଧ ପରେ ବିଜୟୀ ରାଜାଙ୍କୁ ଶାସନ ହସ୍ତାନ୍ତର ସମୟରେ ଜଣେ ରାଜା ଅନ୍ୟ ରାଜାଙ୍କୁ ସେଙ୍ଗୋଲ ପ୍ରଦାନ କରୁଥିଲେ  । ତାମିଲ ରାଜାଙ୍କ ନିକଟରେ ସେଙ୍ଗୋଲ ନ୍ୟାୟ ଓ ସୁଶାନର ପ୍ରତୀକ ଭାବେ ଗ୍ରହଣ କରାଯାଏ  । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଶାସନଭାର ଗ୍ରହଣ କରିବା ବେଳେ ଏହାକୁ ଗ୍ରହଣ କରିଥିଲେ ।୧୯୪୭ରେ ମାଡ୍ରାସର ସ୍ବର୍ଣ୍ଣକାର ବୁମିଡି ବଙ୍ଗାରୁ ଚିଟି ହସ୍ତଶିଳ୍ପ କାରିଗରଙ୍କ ଦ୍ବାରା ଏହାକୁ ତିଆରି କରିଥିଲେ  । ଏକ ମାସରୁ କମ ସମୟ ମଧ୍ୟରେ ଏହା ତିଆରି ହୋଇଥିଲା  । ଉଦଘାଟନୀ କାର୍ଯ୍ୟକ୍ରମ ଅନୁଯାୟୀ ସକାଳ ୭ଟାରୁ ପୂଜା ଆରମ୍ଭ ହେବ। ସକାଳ ୭:୩୦ରୁ ୮:୩୦ ପର୍ଯ୍ୟନ୍ତ ହୋମ  ।  ପୂଜାପାଠ ପାଇଁ ମଣ୍ଡପ ଗାନ୍ଧୀ ମୂର୍ତ୍ତି ନିକଟରେ ସ୍ଥାପନ କରାଯିବ। ଏହି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷଙ୍କ ସମେତ ବହୁ ମନ୍ତ୍ରୀ ଉପସ୍ଥିତ ରହିବେ। ଏହା ପରେ ସକାଳ ୮ଟା ୩୦ ରୁ ୯ଟା ମଧ୍ୟରେ ଲୋକସଭା ଭିତରେ ସେଙ୍ଗୋଲ ସ୍ଥାପନ କରାଯିବ। ଏହି ସମୟରେ ତାମିଲନାଡୁର ମଠରୁ ଆସିଥିବା ୨୦ ଜଣ ସନ୍ଥ ଉପସ୍ଥିତ ରହିବେ  ।