ସାହାରା ଗ୍ରୁପ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ

ସାହାରା ଇଣ୍ଡିଆ ଗ୍ରୁପର ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ ହୋଇଛି । ଆଜି ତାଙ୍କର  ଶେଷକୃତ୍ୟ ହେବ  । ୭୫ ବର୍ଷ ବୟସରେ ମୁମ୍ବାଇର ଏକ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ୧୯୪୮ ମସିହାରେ ବିହାରର ଆରାରିଆରେ ଜନ୍ମ ହୋଇଥିଲେ ସୁବ୍ରତ ରାୟ  ।  ଜଣେ ପ୍ରମୁଖ ବ୍ୟବସାୟୀ ଭାବେ ତାଙ୍କର ବେଶ ନାଁ ଥିଲା । ଆଜି ସୁବ୍ରତ ରାୟଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବ । ମେକାନିକଲ ଇଞ୍ଜିନିୟର ଭାବେ ଚାକିରୀ ଜୀବନ ଆରମ୍ଭ କରିଥିବା ସୁବ୍ରତ ପରବର୍ତୀ ସମୟରେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ସାହାରା ଇଣ୍ଡିଆ ପରିବାର । ପରବର୍ତୀ ସମୟରେ ସାହାରା ସାରା ଦେଶରେ ବେଶ ନାଁ କମାଇଥିଲା । ତେବେ ପରେ ଲୋକଙ୍କୁ ଟଙ୍କା ନଫେରାଇବା କାରଣରୁ  ସାହାରା ଗ୍ରୁପର ଅଡୁଆ ବଢିଥିଲା । ମାମଲା ସୁପ୍ରିମକୋର୍ଟ ବି ଯାଇଥିଲା । ସୁବ୍ରତ ରାୟଙ୍କୁ ଜେଲ୍ ବି ଯିବାକୁ ପଡିଥିଲା