ପାହାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ବର : ପାହାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ।  ସବୁଦିନ ପାଇଁ ସ୍ୱାମୀ  ଦୁର୍ଘଟଣାରେ ଚାଲିଯାଇଥିବାରୁ ପତ୍ନୀଙ୍କ ଆଖିରୁ ଲୁହ ସରୁନି ।  ମାଆ କାନ୍ଦି କାନ୍ଦି ଆଖି ଲୁହ ଶୁଖୁନି। ପରିବାର ସହ ରହୁଥିଲେ ପ୍ରଭୁପଦ । ପରିବାର ରହୁଥିଲେ ପାହାଳ ନିକଟରେ ।  ପ୍ରଭୁପଦ ଜେନା  ସ୍ତ୍ରୀ ଗାୟତ୍ରୀ ଜେନା ଓ ଗୋଟିଏ ପୁଅ ଓ ଝିଅକୁ ନେଇ ସଂସାର । ଗାଁ ଘରକୁ ଯାଇଥିଲେ ପ୍ରଭୁପଦ। ଫେରିଲା ବେଳେ ଗାଡ଼ିରୁ ଓଲ୍ହାଇ ଚାଲି ଚାଲି ଆସୁଥିଲେ । ହଠାତ ପାହାଳ ରାସ୍ତାରେ କୋୖଣସି ଏକ ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ଅଣାଗଲା । ଆଉ ବ୍ୟବଚ୍ଛେଦ ପରେ ପାରିବାରକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପାରିବାରଙ୍କୁ କ୍ଷତି ପୂରଣ ଦେବ କିଏ ?  ପାହାଳ ରାସ୍ତା ରେ ପ୍ରତ୍ୟେକ ଘଟୁଛି ଦୁର୍ଘଟଣା। ଏହି ଛକଟି ଏବେ ପାଲଟିଛି ମରଣ ଯନ୍ତା । ଏଥିପ୍ରତି କାହାର ନିଘା ନାହିଁ । ତେବେ ଏହି ଭଳି ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକରେ ସ୍ପିଡ ବ୍ରେକର, ବ୍ୟାରିକେଡ ବ୍ୟବସ୍ଥା ପାଇଁ କୁହାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ ।