‘ଭାରତ ମାତା କି ଜୟ’ ନାରାରେ କମ୍ପିଲା ନ୍ୟୁୟର୍କ, ଯୋଗ ଦିବସ ପାଳିଲେ ମୋଦି

ୱାଶିଂଟନ୍‌: ମୋଦିଙ୍କୁ ଆମେରିକାରେ ଜୋରଦାର ସ୍ବାଗତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଇ ନ୍ୟୁୟର୍କ ସହରରେ ପହଞ୍ଚିଛନ୍ତି । ଏହି ସମୟରେ ଭାରତୀୟ ପ୍ରବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ସହ ‘ମୋଦୀ-ମୋଦୀ’ର ନାରା ଦେଇଥିଲେ । ଜାତିସଂଘ କାର୍ଯ୍ୟାଳୟ ପରିସରରେ ମୋଦି ଯୋଗ ଦିବସ ପାଳନ ପୂର୍ବରୁ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ତାଙ୍କ ପ୍ରଶଂସକ ।  ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏବଂ ପ୍ରଥମ ମହିଳା ଜିଲ ବିଡେନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଅଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନକୁ ଅପେକ୍ଷା କରି ନ୍ୟୁୟର୍କର ଏକ ହୋଟେଲ ବାହାରେ ପ୍ରବାସୀ ଭାରତୀୟମାନେ ଗରବା ନାଚ ପ୍ରଦର୍ଶନ କରନ୍ତି ।https://twitter.com/sudarsansand/status/1671522248631504896?s=20