ବିଜେଡିକୁ ଭାଙ୍ଗିବାକୁ ଚାହୁଁଛି ବିଜେପି – ଭି. କେ ପାଣ୍ଡିଆନ

ସାମ୍ୱାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ଭି. କେ ପାଣ୍ଡିଆନ । ବିଜେପିକୁ ଟାର୍ଗେଟ କରି ପାଣ୍ଡିଆନ୍‌ କହିଛନ୍ତି ବିଜେଡିକୁ ଭାଙ୍ଗିବାକୁ ଚାହୁଁଛି ବିଜେପି । ବିଜେପିର ଟାର୍ଗେଟରେ ରହିଛି ୪୦ ରୁ୫୦ ଆସନ । ବିଜେପି ବିଜେଡିକୁ ଭାଙ୍ଗି ସରକାର କରିବାକୁ ଚାହୁଁଛନ୍ତି ବିଜେପି ନେତା। ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀ ଅପପ୍ରଚାର କରି ବିଜେଡିକୁ ଭାଙ୍ଗିବାକୁ ଚାହୁଁଛନ୍ତି । ନିର୍ବାଚନ ଆସିଲେ ସେମାନଙ୍କର ଓଡ଼ିଶା, ଓଡ଼ିଆ ଭାଷା ପ୍ରତି ପ୍ରେମ ଆସେ। କିନ୍ତୁ ନିର୍ବାଚନ ପରେ ଭୁଲି ଯାଆନ୍ତି। ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ନେତା କୁହନ୍ତୁ ସେମାନେ ଓଡ଼ିଆ ଭାଷା ପାଇଁ କଣ କରିଛନ୍ତି। ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ନେଇ ବହୁତ କିଛି କରୁଛି, ଓଡ଼ିଆ ଭାଷା ସମ୍ମିଳନୀ କରି ପ୍ରଚାର ପ୍ରସାର କରାଯାଉଛି। ଓଡ଼ିଆ ଭାଷା ପାଇଁ ପିଲାଙ୍କୁ ସ୍କଲାରସିପ୍‌ ଦିଆଯାଉଛି। ଓଡ଼ିଆ ବିଶ୍ବବିଦ୍ୟାଳୟ କରାଯାଇଛି। କିନ୍ତୁ ବିଜେପି କେନ୍ଦ୍ରରେ ସରକାର ଆସିବା ପରେ ଓଡ଼ିଆ ଭାଷା ପାଇଁ ଟଙ୍କାଟିଏ ଦେଇନାହାନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ୨୦୧୯ରେ ୮ଜଣ ବିଜେପି ଏମପି ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ । ହେଲେ ଜଣେ ବି ବିଜେପି ସାଂସଦ ଥରେ ବି ରାଜ୍ୟ ସ୍ୱାର୍ଥ ପାଇଁ ପାଟି ଫିଟେଇଲେ ନାହିଁ । କିନ୍ତୁ ବିଜେଡିର ଉଦ୍ଦେଶ୍ୟ ସବୁବେଳେ ଓଡ଼ିଶାର ହକ୍ ଓ ସ୍ୱାର୍ଥ ପାଇଁ ଲଢିବା ଏବଂ ବିଜେଡିର ସାଂସଦ ରାଜ୍ୟ ସ୍ୱାର୍ଥ ପାଇଁ ହିଁ କାମ କରୁଛନ୍ତି ଓ କରିବେ ମଧ୍ୟ ।