କୋଟିପତି ମାଙ୍କଡ଼: ୩୩ ଏକର ଜମି ମାଙ୍କଡଙ୍କ ନାଁରେ

ମହାରାଷ୍ଟ୍ରର ଧରଶିଭ ଜିଲ୍ଲାର ମାକାଡ୍କା ଉପଲା ଗାଁରେ ରହୁଛନ୍ତି କୋଟିପତି ମାଙ୍କଡ।  ଗାଁର ଲୋକମାନେ ଏହି ମାଙ୍କଡକୁ ଉପହାର ଏବଂ ଭଲ ଭଲ ଜିନିଷ ଖାଇବାକୁ ମଧ୍ୟ ଦିଅନ୍ତି। ଅନେକ ସମୟରେ ବିବାହ ସମାରୋହ ଆରମ୍ଭ ପୂର୍ବାରୁ ମାଙ୍କଡମାନଙ୍କୁ ସମ୍ମାନିତ କରାଯାଏ। ଗ୍ରାମବାସୀଙ୍କ କହିବା କଥା ହେଉଛି ମାଙ୍କଡ ମାନଙ୍କୁ ଏହି ଜମି କିଏ ଦେଇଛି ଏବଂ ତାଙ୍କ ନାଁରେ କିପରି ହେଲା ସେ ବିଷୟରେ କୌଣସି ସୂଚନା ନାହିଁ। ଏହି ଗାଁର ମାଙ୍କଡଙ୍କ ନାମରେ ୩୩ ଏକର ଜମି ଅଛି। ଉପଲା ଗ୍ରାମପଞ୍ଚାୟତର ଜମି ରେଜିଷ୍ଟର ଅନୁଯାୟୀ, ଗାଁର ୩୩ ଏକର ଜମି ସମସ୍ତ ମାଙ୍କଡଙ୍କ ନାଁରେ ରହିଛି। ମାଙ୍କଡ ମାନଙ୍କ ନାଁରେ ଥିବା ଏହି ଜମିରେ ଗ୍ରାମବାସୀମାନେ ଫଳ ଗଛ ଲଗାଉଛନ୍ତି। ଯାହା ଫଳରେ ମାଙ୍କହଙ୍କୁ ଖାଦ୍ୟର କୌଣସି ଅଭାବ ହେବନି।