ଦିଆଯିବ ୨ ଲକ୍ଷ ୬ଶହ ୮ କୋଟି ଟଙ୍କାର ଋଣ

ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କ୍ରେଡିଟ୍ ପ୍ଲାନ ପ୍ରସ୍ତୁତ କରିଛି ନାବାର୍ଡ। ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ ପାଇଁ ବିଭିନ୍ନ ବ୍ୟାଙ୍କ ସମ୍ମତି ପ୍ରକାଶ କରିଛନ୍ତି। ନାବାର୍ଡ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ କ୍ରେଡିଟ୍ ସେମିନାରରେ ଏହି ଯୋଜନା ହସ୍ତାନ୍ତର କରାଯାଇଥିବାବେଳେ ଗତ ବର୍ଷ ଭଲ ପ୍ରଦର୍ଶନ କରିଥିବା ବ୍ୟାଙ୍କ ଗୁଡିକୁ ସମ୍ମାନିତ କରାଯାଇଛି। କୃଷି, ଏମ୍ଏସ୍ଏମ୍ଇ ଏବଂ ମହିଳା ସ୍ବାବଲମ୍ବୀ କ୍ଷେତ୍ରରେ ୨୦୨୪-୨୫ ଆର୍ଥିକ ବର୍ଷରେ ଦିଆଯିବ ୨ ଲକ୍ଷ ୬ଶହ ୮ କୋଟି ଟଙ୍କାର ଋଣ। ରାଜ୍ୟ ସରକାରଙ୍କୁ କ୍ରେଡିଟ୍ ପ୍ଳାନ୍ ଦେଲା ନାବାର୍ଡ। ଶତ ପ୍ରତିଶତରୁ ଅଧିକ ରେଜଲ୍ଟ ହାସଲ ଲକ୍ଷ୍ୟ। ଗତ ବର୍ଷ କୃଷି କ୍ଷେତ୍ରକୁ ଗୁରୁତ୍ବ ଦେଇ ଶତପ୍ରତିଶତରୁ ଅଧିକ ଲକ୍ଷ୍ୟ ହାସଲ କରିଥିଲେ ରାଜ୍ୟ ସରକାର। ପ୍ରତି ବର୍ଷ ଭଳି ଚଳିତ ବର୍ଷ ବି କ୍ରେଡିଟ୍ ପ୍ଳାନ୍ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି ନାବାର୍ଡ।