ଆଇଟେଲ ଭାରତର ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ Itel P55 5G ଲଞ୍ଚ କରିଛି । ଏହି ଫୋନ ୧୦,୦୦୦ ଟଙ୍କାରୁ ମଧ୍ୟ କମ ମୂଲ୍ୟରେ ମାର୍କେଟରେ ମିଳୁଛି । Itel P55 5G ସହିତ Itel S23 + କୁ ମଧ୍ୟ ଇଣ୍ଟ୍ରଡ୍ୟୁସ କରିଛି । Itel P55 5G ରେ ୬.୬ ଇଞ୍ଚ HD + ଡିସପ୍ଲେ ଏବଂ ୯୦Hz ରିଫ୍ରେସ ରେଟ ଏବଂ ମିଡିଆଟେକ୍ ଡାଇମେନସିଟି ୬୦୮୦ ପ୍ରୋସେସର ସପୋର୍ଟ ଦିଆଯାଇଛି । ଏହି ଫୋନରେ ୮ GB RAM ଏବଂ ୧୨୮GB ଷ୍ଟୋରେଜ ପର୍ଯ୍ୟନ୍ତ ସପୋର୍ଟ ଦିଆଯାଇଛି । ତେବେ ଫୋନର ଅନ୍ୟ ସ୍ପେସିଫିକେସନ ବିଷୟରେ ଆସନ୍ତୁ ଜାଣିବା ଏହି ଫୋନରେ ମିଡିଆଟେକ୍ ଡାଇମେନସନ ୬୦୮୦ ପ୍ରୋସେସର, ୮ GB RAM ଏବଂ ୧୨୮ GB ପର୍ଯ୍ୟନ୍ତ ଷ୍ଟୋରେଜର ସପୋର୍ଟ ରହିଛି । ଫୋନରେ ଆଣ୍ଡ୍ରଏଡ ୧୩ ଆଧାରିତ ItelOS ମିଳୁଛି । ସିକ୍ୟୁରିଟି ପାଇଁ ଫୋନରେ ସାଇଡ- ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି ।କ୍ୟାମେରା ସପୋର୍ଟ ବିଷୟରେ କହିବାକୁ ଗଲେ ଏଥିରେ ଡୁଆଲ ରିୟର୍ କ୍ୟାମେରା ଦିଆଯାଇଛି । ଏହି ଫୋନରେ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଏବଂ ସେକେଣ୍ଡାରୀ କ୍ୟାମେରା ଏଆଇ ସେନ୍ସର ରହିଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Next Post