ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦
ବିଶାଖାପାଟଣା:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଗୁରୁବାରଠୁ ଆରମ୍ଭ ହେଉଛି। ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ରାତି ୭ଟାରେ ବିଶାଖାପାଟଣାରେ ଖେଳାଯିବ। ଚଳିତ ବର୍ଷ ଏହି ଦୁଇ ଦଳ ପରସ୍ପର ସହିତ ସର୍ବାଧିକ କ୍ରିକେଟ୍ ଖେଳିସାରିଲେଣି। ଫେବ୍ରୁଆରି-ମାର୍ଚ୍ଚ ମାସରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବା ପରେ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ମଧ୍ୟ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ଦିନିକିଆ ବିଶ୍ବକପ୍ ପୂର୍ବରୁ ସେପ୍ଟେମ୍ବରରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ମଧ୍ୟ ଖେଳିସାରିଛନ୍ତି। ଏବେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳି ବର୍ଷର ଶେଷ ସାକ୍ଷାତ କରିବେ ଏହି ଦୁଇ ଦଳ। ତେବେ ଶେଷଥର ପାଇଁ ଗତ ବର୍ଷ ସେପ୍ଟେମ୍ବରରେ ଏହି ଦୁଇ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯାଇଥିଲା। ଏହାପରଠୁ ଅଷ୍ଟ୍ରେଲିଆ ଆସେସ୍ ଶୃଙ୍ଖଳାରେ ବ୍ୟସ୍ତ ହୋଇଯିବା ସହ ଭାରତ ଏସିଆ କପ୍ ଓ ଏସୀୟ କ୍ରୀଡ଼ାରେ ଖେଳି ସଫଳତା ଅର୍ଜନ କରିଛି। ଆଉ ୬ମାସ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳାଯିବ।